6 / 100

Is-your-name-been-registered-Oriya1

Download PDF Tracts

 

ଯେତେବେଳେ ଆପଣ ଏହି ସଂସାରରେ ଜନ୍ମ ନେଲେ, ସେତେବେଳେ ଆପଣଙ୍କ ମାତାପିତା ଏକ ଜନ୍ମମୃତ୍ୟୁ ନଥିଭୁକ୍ତ କରଣ କାର୍ଯ୍ୟାଳୟରେ ଆପଣଙ୍କ ଜନ୍ମ ସମ୍ବନ୍ଧରେ ତାଲିକାଭୁକ୍ତ କଲେ | ଯେତେବେଳେ ଆପଣ ବିଦ୍ୟଳୟରେ ଭର୍ତି କରାଗଲେ ଏବଂ ଯେତେବେଳେ ମହାବିଦ୍ୟାଳୟରେ ନାମ ଲେଖାଇଲେ, ଯେତେବେଳେ ଆପଣଙ୍କୁ ଚାକିରି ମିଳିଲା ଏବଂ ଆପଣ ଜମି ବା ଘର କ୍ରୟ କଲେ, ଯେତେବେଳେ ଆପଣଙ୍କ ବିବାହ ହେଲା ଏବଂ ଆପଣ ନିଜ ଗାଡ଼ି ପାଇଁ (ଲାଇସେନ୍ସ) ସରକାରୀ ଅନୁମତି କଲେ, ଯେତେବେଳେ ଆପଣଙ୍କ ନାମରେ ବ୍ୟାଙ୍କରେ ତଙ୍କା ଜମା କଲେ ଏବଂ ଆପଣଙ୍କ ଘର ପାଇଁ ବିଦ୍ୟୁତ ଯୋଗାଯୋଗର ବ୍ୟବସ୍ଥା ହେଲା, ସେତେବେଳେ ଏହି ସଂସାରରେ ଏଠି ସେଠି ଆପଣଙ୍କ ନାମକୁ ତାଲିକାଭୁକ୍ତ କରାଗଲା | ରେଶନ୍‍ କାର୍ଡରେ ଆପଣଙ୍କ ନାମ ଦେଖିବାକୁ ମିଳେ | ଏହିଭଳି ଭାବରେ ଆପଣ ଅନେକ କାର୍ଯ୍ୟରେ ଆପଣା ନାମକୁ ତାଲିକାଭୁକ୍ତ କରିଥିବା ହେତୁ ତାହାର ଉପକାରଗୁଡ଼ିକ ଉପଲବ୍ଧି କରିପାରନ୍ତି | ଏହି ବିନାଶମୟ ସଂସାରରେ ବଞ୍ଚିବାପାଇଁ ଯଦି ଏତେଗୁଡ଼ିଏ ସ୍ଥାନରେ ଆପଣଙ୍କ ନାମ ତାଲିକାଭୁକ୍ତ କରାଯାଇଛି ତ ମୃତ୍ୟୁ ପରେ ସର୍ବଦା ବାସ କରିବା ପାଇଁ ଅର୍ଥାତ୍‍ ଅନନ୍ତ ସ୍ୱର୍ଗରେ ଖୁସି ଓ ଆନନ୍ଦରେ ରାଜ୍ୟ କରିବା ପାଇଁ କ’ଣ ଆପଣଙ୍କ ନାମ ଏବେଠାରୁ ତାଲିକାଭୁକ୍ତ ହେବା ଆବଶ୍ୟକ ନୁହେଁ କି? ହଁ, ଆପଣଙ୍କ ନାମ ଏବେଠାରୁ ତାଲିକାଭୁକ୍ତ ହେବା ଆବଶ୍ୟକ |

ସେଠାଏ ଆପଣଙ୍କ ନାମକୁ ତାଲିକାଭୁକ୍ତ କରିବାକୁ ହେଲେ ଆପଣଙ୍କୁ କ’ଣ କରିବାକୁ ହେବ ? ସେଥିନିମନ୍ତେ ଆପଣଙ୍କୁ ପରମେଶ୍ୱରଙ୍କ ସ୍ୱର୍ଗୀୟ ପରିବାରର ଏକ ଅଙ୍ଗ ସ୍ୱରୂପ ଜନ୍ମ ନେବାକୁ ହେବ | ଏହି ବିଷୟରେ ଆମେ ପବିତ୍ର ଶାସ୍ତ୍ରରେ ଏଇଭଳି ଭାବରେ ପଢୁଷୁ କି, “ଯେତେବେଳେ ତାହାକୁ ଗ୍ରହଣ କଲେ, ଅର୍ଥାତ୍‍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ” (ଯୋହନ ୧:୧୨) | ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ କରି, ତାହାକୁ ନିଜର ତ୍ରାଣକର୍ତ୍ତା ଈଶ୍ୱର ଭାବରେ ସ୍ୱୀକାର କରିଲେ ଆପଣ ତାହାଙ୍କ ସନ୍ତାନ ଭାବରେ ବଦଳି ଯିବେ | ସେ ହିଁ କେବଳ ଆପଣଙ୍କ ପାପର ଦଣ୍ଡ ଆପଣା ଉପରେ ବହନ କରି କାଲ୍‍ବରୀ କ୍ରୁଶରେ ମରିବେ | ସେ ଯେ କେବଳ ମରିଲେ ତାହା ନୁହେଁ, ମାତ୍ର ତୃତୀୟ ଦିନ ପୁନରୁତ୍ଥିତ ହେଲେ ଏବଂ ସେ ଆଜି ମଧ୍ୟ ଜୀବିତ | ଆପଣା ବାଲ୍ୟକାଳରୁ ଏ ପର୍ଯ୍ୟନ୍ତ କରିଥିବା ସମସ୍ତ ପାପକୁ ଅନୁତାପ ସହିତ ସ୍ୱୀକାର କରିବେ ତ, ସେ ଆପଣଙ୍କ ସମସ୍ତ ପାପ କ୍ଷମା କରି ନିଜ ସନ୍ତାନ ଭାବେ ଗ୍ରହଣ କରିବେ | ସେ ଆପଣଙ୍କ ହୃଦୟକୁ ନିଜର ଆନନ୍ଦ ତଥା ଶାନ୍ତିରେ ପରିପୂର୍ଣ୍ଣ କରିବେ | ଏହିଭଳି ଭାବରେ ତାହାଙ୍କ ସନ୍ତାନ ଭାବରେ ପରିବର୍ତନ ହୋ‍ଇଥିବା ଲୋକମାନଙ୍କୁ ସେ ଏହି ଜଗତରେ ଥିବା
ସମୟରେ କହିଥିଲେ, “ତୁମ୍ଭମାନଙ୍କର ନାମ ଯେ ସ୍ୱର୍ଗରେ ଲିଖିତ ଅଛି ଏଥିପାଇଁ ଆନନ୍ଦ କର” (ଲୂକ ୧୦:୨୦) | ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ ରଖି, ପାପ କ୍ଷମା ପାଇଥିବା ଲୋକଙ୍କ ନାମ ସ୍ୱର୍ଗରେ ତାଲିକାଭୁକ୍ତ ଅଟେ | ଯେଭଳି ପବିତ୍ର ଶାସ୍ତ୍ରରେ ଲେଖାଯାଏ – “ଯେକେହି ପରମେଶ୍ୱରଠାରୁ ଯାତ ସେ ପାପ କରେ ନାହିଁ | ଏଭଳି ଲୋକମାନଙ୍କୁ ଆଉ ପାପ ନ କରିବା ପାଇଁ ଏବଂ ଏହି ପାପୂର୍ଣ୍ଣ ସଂସାରରେ ପବିତ୍ର ଜୀବନ କାଟିବା ପାଇଁ ପ୍ରଭୁ ଯୀଶୁ ସେମାନଙ୍କୁ ସାହାଯ୍ୟ କରିବେ | ଯେତେବେଳେ ପ୍ରଭୁ ଯୀଶୁ କାଳବରୀ କ୍ରୁଶ ଉପରେ ଆପଣଙ୍କ ପାଇଁ ମଲେ, ସେତେବେଳେ ସେ ଯେ କେବଳ ଆପଣଙ୍କ ପାପ ପାଇଁ ମଲେ, ତାହା ନୁହେଁ ଆପଣଙ୍କ ରୋଗ ପାଇଁ ମଧ୍ୟ ମଲେ | ଏଥିପାଇଁ ତାହାଙ୍କ ଉପରେ ବିଶ୍ୱାସକାରୀ ଲୋକ ଅସାଧ୍ୟ ରୋଗରୁ ସୁସ୍ଥତା ପାଇଁ ଆରୋଗ୍ୟତାର ସହିତ ବଞ୍ଚି ପାରୁଛନ୍ତି |

ଯଦି ଏଭଳି ହୁଏ, ଯେଉଁମାନଙ୍କର ନାମ ସ୍ୱର୍ଗରେ ତାଲିକାଭୁକ୍ତ ହୋ‍ଇନାହିଁ, ସେମାନଙ୍କର ଅନ୍ତ କିଭଳିଭାବେ ହେବ | ମୃତ୍ୟୁ ପରେ ସେମାନଙ୍କ ଉପରେ ଆସୁଥିବା ବିଚର ବିଷୟରେ ଆମେ ପଢୁ ଯେ, “ଯାହାର ନାମ ଜୀବନ ପୁସ୍ଥକରେ ଲେଖା ହୋ‍ଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା” (ପ୍ରକାଶିତ ବାକ୍ୟ ୨୦:୧୫) |

ପ୍ରଭୁ ଯୀଶୁଙ୍କ ରକ୍ତ ଆପଣଙ୍କ ପାପ କ୍ଷମା କରିଥାଏ ଏବଂ ତାହାର କ୍ରୁଶ ଆପଣଙ୍କ ସମସ୍ଥ ଅଭିଶାପକୁ ଦୂର କରି ଆଶୀର୍ବାଦ କରିଥାଏ, ତାହାଙ୍କ ପ୍ରହାରରେ ଆପଣଙ୍କ ରୋଗ ସୁସ୍ଥ ହୋ‍ଇଥାଏ ଏବଂ ତାହାଙ୍କ ମୃତ୍ୟୁ ଆପଣଙ୍କ ମୃତ୍ୟୁର ଡରକୁ ଦୂର କରି ସାହସ ଦେଇଥାଏ | ପ୍ରଭୁ ଯୀଶୁଙ୍କ ଜୀବନ ଦ୍ୱାରା ଆପଣ ଅନନ୍ତ ଜୀବନକୁ ପାଇପାରିବେ | ଏହି ସଂସାର ଦେଇ ନ ପାରିବା ଶାନ୍ତି ଓ ଆନନ୍ଦ ପାଇବା ପାଇଁ ଏବଂ ମୃତ୍ୟୁ  ପରେ ସ୍ୱର୍ଗରେ ପ୍ରବେଶ କରିବାର ସୌଭାଗ୍ୟକୁ ପାଇବା ପାଇଁ ଆମେ ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଆସୁ | ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ କରି ନିମ୍ନଲିଖିତ ପ୍ରାର୍ଥନା କରୁ |

      ପ୍ରାର୍ଥନା : ପ୍ରଭୁ ଯୀଶୁ, ମୁଁ ତୁମ୍ଭଠାରେ ବିଶ୍ୱାସ କରି ଆପଣାର ସର୍ବସ୍ୱ ଜୀବନ ତୁମକୁ ଅର୍ପଣ କରୁଛି | ମୋର ପାପ ସବୁ ଦୁର କର | ତୁମ ପବିତ୍ର ରକ୍ତରେ ଧୋ‍ଇ ମୋତେ ଶୁଚି କର, ମୋତେ ତୁମର ସନ୍ତାନ ଭାବରେ ଗ୍ରହଣ କରି ସ୍ୱର୍ଗରେ ବର୍ତମାନ ହିଁ ମୋର ନାମକୁ ତାଲିକଭୁକ୍ତ କର | ଆଜିଠାରୁ ମୁଁ ଜୀବନ ସାରା ତୁମ ସନ୍ତାନ ହୋ‍ଇ ବଞ୍ଚିବି | ଆମେନ୍‍ !

ଅଧିକ ଜାଣିବାର ଆଗ୍ରହ ଥିଲେ ନିମ୍ନଲିଖିତ ଠିକଣାରେ ଯୋଗାଯୋଗ କରନ୍ତୁ |

 

You can find equivalent English tract @

Is your name registered ?