14 / 100

Surety-for-you-Oriya1

Download PDF Tracts

ଏହି ସଂସାରରେ ଆମର ଜୀବନ ଅସ୍ଥାୟୀ ଅଟେ | ଯେପ୍ରକାର ନଡ଼ିଆର କଠିନ ଆବରଣ ଭିତରେ ବହୁମୂଲ୍ୟ ଶମ ରହିଥାଏ, ସେପ୍ରକାର ମନୁଷ୍ୟର(ବିନାଶୀ) ଶରୀର ମଧ୍ୟରେ ଅବିନାଶୀ ଆତ୍ମା ବାସ କରେ | ଏଥିପାଇଁ ଏହି ସାଂସାରିକ ଜୀବନରେ ତାହା ଏହିଠାରେ ସମାପ୍ତ ହୁଏ ନାହିଁ  | ଏହି ଶରୀରରେ କରିଥିବା ଭଲ ବା ମନ୍ଦ ସମସ୍ତ କାମ ଅନୁସାରେ ମନୁଷ୍ୟ ଆପଣା ମୃତ୍ୟୁ ପରେ ଅନନ୍ତ ରାଜ୍ୟରେ ପରମେଶ୍ୱରଙ୍କ ବାସସ୍ଥାନ ସ୍ୱର୍ଗ ନଚେତ ଶୈତାନ୍‍ ପାଇଁ ରଖାଯାଇଥିବା ନରକକୁ ପ୍ରାପ୍ତ ହେବ | ପ୍ରତ୍ୟେକ ମନୁଷ୍ୟ ଆପଣା ଚିନ୍ତା ତଥା କ୍ରିୟା ଦ୍ୱାରା ହିଁ ପାପୀ ଅଟେ | ଏହି ପାପର ସମାଧାନ ହେଲେହିଁ ମନୁଷ୍ୟ ସ୍ୱର୍ଗ ପାଇପାରିବ | କିନ୍ତୁ ସେ ନିଜେ ସମାଧାନର ଉପାୟ ପାଇପାରେ ନାହିଁ | ସଧାରଣତଃ ମନୁଷ୍ୟ ସୁକ୍ରିୟା ପରିବର୍ତ୍ତେ କୁକ୍ରିୟା ଅଧିକ କରିଥାଏ |

ଗଭୀର ପଙ୍କ ଅର୍ଥାତ ଦହଳା କାଦୁଅରେ ବୁଡ଼ି ଯାଇଥିବା ମନୁଷ୍ୟ ଯଦି ନିଜ ଚେଷ୍ଟାରେ ବାହାରକୁ ଆସିବାକୁ ଚେଷ୍ଟା କରେ, ତାହାହେଲେ ତା’ର ଗୋଟିଏ ପାଦକୁ ଉଠାଇବା ସମୟରେ ଅନ୍ୟ ପାଦଟି ପଙ୍କ ଭିତରେ ବୁଡ଼ିଯାଏ | ସେହିଭଳି ଭାବରେ ଯଦି ଆଜି ମନୁଷ୍ୟ ଆପଣା ଚେଷ୍ଟା ଦ୍ୱାରା ପବିତ୍ର ଜୀବନ କଟିବାକୁ ଚାହେଁ, ତାହାହେଲେ ଏହା ସମ୍ଭବ ନୁହେଁ | ବଡ଼ ଅପରାଧରେ ପଡ଼ି ଯଦି ଜଣେ ବ୍ୟକ୍ତିକୁ ଜେଲ ଯିବାକୁ ହୁଏ, ଯଦି ତାହା ନିମନ୍ତେ କେହି ଜାମିନ୍‍ ନ ହୁଅନ୍ତି ତ ତାକୁ ବାହାରକୁ ଆଣିବା କଷ୍ଟ | ସଂସାରରେ ଏଇଭଳି ଭାବରେ ଜାମିନ୍‍ ଭାବରେ ଠିଆହେବା ବ୍ୟକ୍ତି ନିର୍ଦ୍ଦୋଷ ହେବା ଆବଶ୍ୟକ | ପାପରେ ପତିତ ମାନବ ଜାତିକୁ ମୁକ୍ତି ଦେଇ ଭକ୍ତିର ମାର୍ଗ ଦେଖାଇବା ପାଇଁ ଏହି ସଂସାରରେ ଜାମିନ୍‍ ହୋ‍ଇ ଠିଆ ହେବା ପାପଶୂନ୍ୟ ବ୍ୟକ୍ତି ହେହି ନାହିଁ | ଏଥିପାଇଁ ଧର୍ମୀ ଆୟୁବ କୁହନ୍ତି ଯେ, “ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟପୁତ୍ରର ନ୍ୟାୟ ରକ୍ଷା କରିବେ” (ଆୟୁବ ୬:୨୧)

ଏଥିପାଇଁ ପ୍ରେମୀ ପରମେଶ୍ୱର ଯୀଶୁ ନାମରେ ପାପ ରହିତ ହୋ‍ଇ ଜନ୍ମ ନେଲେ, ପାପଶୂନ୍ୟ ଜୀବନ ବିତାଇଲେ, ସର୍ବମାନବ ଜାତି ନିମନ୍ତେ ମଧ୍ୟସ୍ଥ ହୋ‍ଇ ଠିଆହେଲେ ଏବଂ ଆପଣଙ୍କ ନିମନ୍ତେ ନିଜ ଜୀବନକୁ ଦାନ କଲେ | ଏଥିପାଇଁ ଆମେ ଯିଶାଇୟ ୫୩:୫ ପଦରେ ଦେଖୁଛୁ ଯେ, “ଆମ୍ଭମାନଙ୍କ ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଅମ୍ଭେମାନେ ସୁସ୍ଥ ହେଲୁ |” ପ୍ରଭୁ ଯୀଶୁ ଆମ ସମସ୍ତଙ୍କ ପାଇଁ ମୃତ୍ୟୁକୁ ଆସ୍ୱାଦନ କଲେ | ତାହାଙ୍କ ବିଷୟରେ ଶୈତାନ ମଧ୍ୟ “ତୁମ୍ଭେ ଈଶ୍ୱରଙ୍କର ସେହି ପବିତ୍ର ବ୍ୟକ୍ତି କହି ସାକ୍ଷ୍ୟ ଦେଉଛି( ମାର୍କ ୧:୨୪) | ସେ ପବିତ୍ର ଇଶ୍ୱର ଅଟନ୍ତି, ସେଥିପାଇଁ ମୃତ୍ୟୁ ଉପରେ ଜୟ ପାଇ, ପୁନର୍ଜୀବିତ ହୋ, ଆଜି ମଧ୍ୟ ଜୀବିତ

 

ଅଟନ୍ତି | ସେ ଆଜି ମଧ୍ୟ ଆପଣଙ୍କୁ ଦେଖି ଏହା କୁହନ୍ତି ଯେ, “ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନ୍କଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି” (ମାଥିଉ ୧୧:୨୮) ଏହା ଉପରେ ନିର୍ଭର କରି ତଥା ଏହାକୁ ଗ୍ରହଣ କରି ପାଉଲ ଯାହାକୁ କି ଶାଉଲ କୁହାଯାଉଥିଲା, ଏହା ସାକ୍ଷ୍ୟ ଦିଅନ୍ତି ଯେ, “ସେ ପାପିମାନଙ୍କ ମଧ୍ୟରେ ପ୍ରଧାନ ଅଟନ୍ତି” ଏବଂ ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ କରି ସେ ପାପରୁ ମୁକ୍ତି ପାଇ ପବିତ୍ର ହେଲେ |

“ସେ ଆମ୍ଭମାନଙ୍କ ପାପ ନିମନ୍ତେ ପ୍ରାୟଶ୍ଚିତ ସ୍ୱରୂପ ହେଲେ” (୧ ଯୋହନ ୨:୧) “ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ, ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କଲେ(୧ ତୀମଥି ୨:୫-୬) |

ଏଥିପାଇଁ ଆପଣ ମଧ୍ୟ ଏହା ବିଶ୍ୱାସ କରନ୍ତୁ ଯେ, ପ୍ରଭୁ ଯୀଶୁ ଆପଣଙ୍କ ପାଇଁ ପାପରୁ ମୁକ୍ତି ଦେଲେ ଏବଂ ତାହାକୁ ଗ୍ରହଣ କରି ଅନୁତାପ ସହିତ ଆପଣା ପାପ ସ୍ୱୀକାର କରିଲେ ଆପଣଙ୍କ ପାପ କ୍ଷମା କରାଯିବ ଏବଂ ଆପଣ ପାପ ଓ ରୋଗରୁ ମୁକ୍ତି ପାଇ ଆନନ୍ଦ ଓ ଶାନ୍ତିରେ ଏହି ସଂସାରରେ ବଞ୍ଚି ପାରିବେ | ଯଦି ଆପଣ ଠିକ୍‍ ଭାବରେ ଜଳରେ ବାପ୍ତିସ୍ମ ନେଇ ପ୍ରଭୁଙ୍କ ନିକଟରେ ପ୍ରତୀକ୍ଷା କରି ପବିତ୍ରଆତ୍ମାଙ୍କ ଦାନ ପ୍ରାପ୍ତ ହୋ‍ଇଥାଆନ୍ତି ତ ଆପଣଙ୍କ ଆଭ୍ୟନ୍ତରୀଣ ମନୁଷ୍ୟରେ ବଳ ଉପରେ ବଳ ପ୍ରାପ୍ତ ହୋ‍ଇ ପୂର୍ଣ୍ଣ ପବିତ୍ର ଜୀବନ ବ୍ୟତୀତ କରିପାରିବ | ଶେଷରେ ଆପଣ ପ୍ରଭୁ ଯୀଶୁଙ୍କ ସହିତ ଉଚ୍ଚ ଅନୁଭବକୁ ପ୍ରାପ୍ତ ହୋ‍ଇ ଚିରକାଳ ରାଜତ୍ୱ କରିବେ |

ଆପଣଙ୍କ ନିମନ୍ତେ ମଧ୍ୟସ୍ଥ ହୋ‍ଇ ଆପଣଙ୍କୁ ମୁକ୍ତି ଦେଇଥିବା ପ୍ରଭୁ ଯୀଶୁଙ୍କୁ ଆପଣା ଜୀବନ ଅର୍ପଣ କରି ନିମ୍ନଲିଖିତ ପ୍ରାର୍ଥନା କରନ୍ତୁ –

    ପ୍ରାର୍ଥନା : “ହେ ପ୍ରଭୁ ଯୀଶୁ, ମୁଁ ବିଶ୍ୱାସ କରୁଛି ଯେ, ଆପଣ ମୋର ପାପ ନିମନ୍ତେ ଆପଣା ଲହୁର ମୂଲ୍ୟ ଦେଇ, ମୋ ନିମନ୍ତେ ମଧ୍ୟସ୍ଥ ହୋ‍ଇ ଠିଆ ହେଲେ ଏବଂ କେବଳ ମୋହରି ପାଇଁ ଆପଣା ପ୍ରାଣ ଦାନ କରି ମୋତେ ମୁକ୍ତି ଦେଲେ | ମୋର ପାପକୁ କ୍ଷମା କରି, ମୋତେ ଆପଣାର ସନ୍ତାନ ବୋଲି ସ୍ୱୀକାର କରନ୍ତୁ | ମୁଁ ଆଜିଠାରୁ ଆଉ ପାପ ନ କରି ଆପଣଙ୍କ ପୁତ୍ରତ୍ୱ ଲାଭ କରି ଦାସ ଭଳି ଜୀବନ ଧାରଣ କରିବି, ଆମେନ୍‍ !

ଅଧିକ ଜାଣିବାର ଆଗ୍ରହ ଥିଲେ ନିମ୍ନଲିଖିତ ଠିକଣାରେ ଯୋଗାଯୋଗ କରନ୍ତୁ |

 

You can find equivalent English tract @

Famous last words